ବନ୍ଧୁତା ଆଉ ମନବଳ


 ଅନେକ ଦିନ ଆଗରୁ କାଶୀପୁର ବୋଲି ଗୋଟେ ଗାଁ ଥିଲା । ସେହି ଗାଁ ରେ ବାପୁ ଆଉ  ଟୁନା ଦୁଇ ବନ୍ଧୁ ଙ୍କ ଘର । ବପୁ ଛୋଟ ବେଳରୁ ବାହାରେ ରହି ପାଠ ପଢୁଥିଲା,ଆଉ ଟୁନା ଗାଁ ସ୍କୁଲ ରେ ପଢୁଥିଲା । ତେଣୁ ବାପୁ ର ଜନ୍ମ ମାଟି କାଶୀପୁର ହେଲେ ସୁଦ୍ଧା ସେ ସେ ଗାଁ କି ଆଖ ପାଖ ଗାଁ ବିଷୟ ରେ ବେଶୀକିଛି ଜାଣିନଥିଲା । ବାପୁ ଓ ଟୁନା  ହୁଏତ ବେଶୀ ସମୟ ମିଶିନାହାନ୍ତି କିନ୍ତୁ ଦି ଜଣ ଏମିତି ବନ୍ଧୁ ଥିଲେ କି ଜଣେ ଆଉ ଜଣଙ୍କ ପାଇଁ କିଛିବି କରିବ। ବହୁତ ଦିନ ପରେ ଦିନେ ବାପୁ ଗାଁ କୁ ଆସିଥିଲା ଆଉ ପ୍ରଥମେ ଆସି ଟୁନା କୁ ଦେଖା କଲା ସବୁ ଭଲମନ୍ଦ କଥା ହେଲେ, ତା ପରେ ସେ ଟୁନା ପାଇଁ ଆଣିଥିବା ଇଲେକ୍ଟ୍ରି ସ୍କୁଟି ରୋ ଚାବିକାଠି ଟୁନା କୁ ଦେଲା ଆଉ କହିଲା "ଏବେ ଠୁ ଏଇଟା ତୋର ଯେତେବେଳେ ମୋ କଥା ମନେ ପଡିବ ତୁ ୟାକୁ ନାଇକି ସହର କୁ ଆସିବୁ ମୋତେ ଦେଖାକରିବା ପାଇଁ"।


ଟୁନା ମନରୁ ବହୁତ ଖୁସିଥିଲା ବାକି ତା ମନରେ ଡୋରବି ଥିଲା କାଳେ ବାପୁ ତାକୁ କଣ ଭାବିବ, ସେ ପାଇଁ ସେ ଗାଡି ନେବନି ବୋଲି ମନା କରିଦେଲା କିନ୍ତୁ  ବାପୁ ତା କଥା ନ ଶୁଣି ଗାଡି ଆଉ ଚାବି ଛାଡିକି ନିଜ ଘରକୁ ପଳାଇଆସିଲା ଆଉ ଟୁନା କୁ କହିକି ଗଲା କି କାଲି ସକାଳୁ ଦେଖା ହବ ।

        ଟୁନା ବି ଶେଷରେ ବାପୁ ର ଜିଦ ଆଗରେ ହରିଗଲା ଆଉ ଗାଡିକୁ ଗ୍ରହଣ କଲା।ତା ପରେ କିଛି ସମୟ ଗଲା ସେତେବେଳେ ଟୁନା ମନ ଆଉ ଘରେ କି କୋଉଥିରେ ଲାଗୁନି କେମିତି ଗାଡି ଚଲାଇବ ଖାଲି ସେ କଥା ଭାବି ଭାବି ଖୁସି ହଇଯାଉଥିଲା । ଆଉ ସେ କାଲି କୁ ଅପେକ୍ଷା କରିପାରିଲାନି, ସେ ବାପୁ ଗଲା ପରେ ଗାଡିକୁ ଧରି ରାସ୍ତା ଉପରକୁ ବାହାରିଲା । ସେ କିଛି ବାଟ ଯାଇଛିକି ନାଇଁ ଦେଖିଲା ବାପୁ ରାସ୍ତା ଉପରେ ରକ୍ତ ଜୁଡୁବୁଡୁ ହଇକି ପଡିଛି ।କଣ କରିବ କିଛି ବୁଝିପାରିଲାନି।

ସେ କିଛି ନ ଭାବି ବାପୁ କୁ ଧରିକି ବହୁତ କଷ୍ଟରେ କିଛିବାଟ ଗଲା ଆଉ ଆଜି ହୁଅତ ଦି ଜଣଙ୍କ ପାଇଁ ସମୟ ଖରାପ ଥିଲା ଅଧା ରାସ୍ତା ରେ ତା ଗାଡି ମଧ୍ୟ ଖରାପ ହୋଇଗଲା । ସେ ବାପୁ କୁ ହାତରେ ଉଠାଇକି ଡାକ୍ତରଖାନା କୁ ଦୌଡ଼ିବାକୁ ଲାଗିଲା। ଏ ଭିତରେ ବାପୁ ରୋ ହୋସ ଟିକେ ଆସିଗଲା ସେ ଟୁନା କୁ ପଚାରିଲା "ଭାଇ ଆଉ କେତେ ଦୂର ଡାକ୍ତରଖାନା" । ଟୁନା କହିଲା " ଵ୍ୟସ୍ତ ହୋନି ଭାଇ ତର କିଛି ହବନି ଆଉ ଅଧା ଘଣ୍ଟା ରେ ପହଞ୍ଚି ଯିବା ବାସ ତୁ ଟିକେ ଧୋର୍ଯ୍ୟ ଧର" । ତା ପରେ ଟୁନା ଦୌଡ଼ି ଚାଲିଲା। ଏମିତି କିଛି ସମୟ ପରେ ପୁଣି ଥରେ ବାପୁ ସେଇ କଥା ପଚାରିଲା ଟୁନା ବି ସେଇ ସମାନ ଉତ୍ତର ଦେଲା।ବାପୁ ଭାବିଲା ଆଗରୁ ସେ ଭୁଲ ଶୁଣିଥିବ, ସେ ପାଇଁ ଚୁପ ଚାପ ରହିଲା ଖାଲି ଟୁନା ର ମୁହଁକୁ ଦେଖୁଥାଇ । ଏମିତି ଅଧା ଘଣ୍ଟା ଠୁ ବେଶୀ ସମୟ ହେଲା ପରେ ବାପୁ ପୁଣି ପଚାରିଲା ଏଥର ଟୁନା କହିଲା "ଆଉ ୧୫ ମିନିଟ ରେ ପହଞ୍ଚିଯିବା ତୁ ଵ୍ୟସ୍ତହନି" । 

 ଏମିତି ପୁଣି କିଛି ବାଟ ଗଲେ ପୁଣି ବାପୁ ଟୁନା କୁ ପଚାରିଲା "ଆଉ କେତେ ସମୟ ଲାଗିବ", ଏବେ ଟୁନା କହିଲା ଭାଇ ଆଉ୧୦ ମିନିଟ । 

ବାପୁ ଏଇ କଥା ଶୁଣି ହଟାତ ରାଗି ଗଲା, କିନ୍ତୁ କିଛି ସମୟ ପରେ ତା ସେନ୍ସ ପଳାଇଲା, ସେ ଯେତେବେଳେ ଉଠିଲା ଦେଖିଲା କି ସେ ହସ୍ପିଟାଲରେ ଅଛି ଆଉ ସାମ୍ନା ରେ ଟୁନା ଆଉ ତା ବାପା ଆଉ ମା ଅଛନ୍ତି । ସେ ତା ବାପା ମା କୁ ଡାକିକି ଦେଖା କଲା କଥା ହେଲା ବାକି ଟୁନା ସହ କଥା ହେଲାନି । ଏ ପଟେ ଟୁନା ବହୁତ ଦୁଃଖରେ ଥାଇ ତା ବନ୍ଧୁ ଆଜି କଷ୍ଟ ପାଉଛି ସେ କେମିତି ଶାନ୍ତିରେ ରହିବ। କିଛି ସମୟ ପରେ ଟୁନା ନିଜେ ଗଲା ରୁମ ଭିତରକୁ କିନ୍ତୁ ବାପୁ ତାକୁ ରାଗିକି କହିଲା" ତୁ ପ୍ରମାଣ କରିଦେଲୁ କି ତୁ କେତେ ସ୍ଵାର୍ଥପର, ରାସ୍ତା ସାରା ମୋ କଷ୍ଟ କୁ ବଢେଇଲୁ । ଟୁନା ସବୁ ଶୁଣିଲା କିନ୍ତୁ କିଛି ନ କହିକି ଚୁପ ରହିଲା ।


ଏଇ ସମୟରେ ସେଇଠି ଥିବା ଜଣେ ଡାକ୍ତର କହିଲେ " ସେ ତୁମକୁ ମିଛ କହିନୀ ବାସ ତମ ମନୋବଳକୁ ଦୃଢ କରିବାକୁ ସେମିତି କଲା, ଯଦି ସେ କହିଥାନ୍ତା ଆଉ ୨ ଘଣ୍ଟା ଲାଗିବ ତାହେଲେ ଚିନ୍ତା ରେ ହିଁ ଜୀବନ ଟା ପଳାଇ ଥାନ୍ତା , ତାଙ୍କୁ ଧନ୍ୟବାଦ ଜଣାଓ  ତାଙ୍କ ପାଇଁ ହିଁ ତମେ ନୂଆ ଜୀବନ ପାଇଲ "।

 ଏ କଥା ଶୁଣି ବାପୁ କାନ୍ଦିବାକୁ ଲାଗିଲା । ଆଉ କହିଲା "କ୍ଷମା କରିଦେବୁ ଭାଇ ମୁଁ ଆମ ବନ୍ଧୁତା କୁ ଜାଣିପାରିଲିନି, ସେ ପାଇଁ ଆଜି ତୋତେ ଏମିତି କହିଲି।କିନ୍ତୁ ତୁ ସବୁ ଠିକ କରି ବି ଚୁପ ଅଛୁ ଧନ୍ୟ ଭାଇ ମୁଁ ତ ଭଳିଆ ଗୋଟେ ଭଲ ବନ୍ଧୁ ପାଇଛି "।

      ଏଇ ଗପ ରୁ ଗୋଟେ ଜିନିଷ ଶିଖିବା ଉଚିତ କି

 ୧) ବେଳେବେଳେ ମିଛ ଟା ଯଦି କାହା ଜୀଵନ ବଞ୍ଚଉଛି ତାହେଲେ ସେଇଟା ମିଛ ନାଇଁ କି ସେ ମିଛରେ କାହାରି କ୍ଷତି ହବନି।

୨) ମନ ବଳ ଠୁ ବଡ ବଳ କିଛି ନାଇଁ ଯଦି ମନ ଦୃଢ଼ ଅଛି ତାହେଲେ ଦୁନିଆ ର କେହି ତୁମକୁ ହାରାଇପାରିବେନି ।

୩) ବନ୍ଧୁତା ଭିତରେ ସ୍ୱାର୍ଥ ଆଉ ସନ୍ଦେହ ଆଣିବାନି ନୋହେଲ ସେ ସମ୍ପର୍କ ବେଶୀ ସମୟ ଚାଲିବନି

Comments

Post a Comment

Popular posts from this blog

ଅନୁଚିନ୍ତା