ବୁଦ୍ଧିମାନ ସେବକ

ପୂରା ଦୁନିଆ କୁ ବଦଳାଇବା ଅପେକ୍ଷା ନିଜେ ବଦଳି ଯିବା ଭଲ ।
ଗୋଟେ ରାଜ୍ୟରେ ଜଣେ ରାଜା ଥିଲେ । ଥରେ ବୁଲିବା ପାଇଁ ସେ ରଜପ୍ରସାଦ ରୁ କିଛି ଦୂର ଗଲେ । ରାସ୍ତା ବହୁତ ଖରାପ ଥିଲା ସେଥିପାଇଁ ସେ ବେଶୀ ଦୁରକୁ ନଯାଇ ଫେରି ଆସିଲେ । ରାଜାଙ୍କ ପଦ ରୁ ରକ୍ତ ଝରୁଥିଲା । ତାଙ୍କ ସେବକ ରାଜାଙ୍କ ପଦରେ ଔଷଧ ଲଗଉଥାଇ , ଏଇ ସମୟ ରେ ମନ୍ତ୍ରୀ ଆସି ଦେଖିଲେ ସେବକ ରାଜାଙ୍କ ପଦରେ ପଟି ଲଗଉଥାଏ,ମନ୍ତ୍ରୀ ଏହାର କାରଣ ଜାଣିବା ପାଇଁ ସେବକ କୁ ପ୍ରଶ୍ନ କଲେ ଏବଂ ସେବକ ସବୁ କଥା କହିଲା ।


 ଏହା ଶୁଣି ମନ୍ତ୍ରୀ ସଙ୍ଗେ ସଙ୍ଗେ ରାଜାଙ୍କୁ କହିଲେ " ମହାରାଜ ଆପଣ ଅଜ୍ଞାଦେଲେ ରାଜ୍ୟ ର ସମସ୍ତ ରାସ୍ତା ରେ ଚମଡା ଵିଛାଇଦେବି,ଯାହା ଦ୍ୱାରା ଚାଳିବାରେ ଆଉ କଷ୍ଟ ହବନି", ରାଜା ମଧ୍ୟ ଖୁସି ହେଲେ ଭାବିଲେ ଆଉ କେହିବି ଜଣେ ଅସୁବିଧା ରେ ପଡିବେନି ସେ ପାଇଁ ସେ ମନ୍ତ୍ରୀ ଙ୍କୁ ଆଦେଶ ଦଉଥିଲେ ସେତିକି ବେଳେ ସେ ସେବକ ମହାରାଜା ଙ୍କୁ ଅନୁମତି ମାଗିଲା କିଛି କହିବା ପାଇଁ,ମହାରାଜା ତାକୁ ଅନୁମତି ଦେଲେ ଆଉ ସେ ସେବକ କହିଲା,"ମହାରାଜ ପୁରା ରାଜ୍ୟରେ ଏତେ ଚମଡା ବିଛାଇବାକୁ ଅନେକ ଜୀବ ଜନ୍ତୁକୁ ହତ୍ୟା କରିବାକୁ ହବ  ଆଉ ଏଇଥିରେ ବହୁତ ଖର୍ଚ୍ଚ ମଧ୍ୟ ହେବ ।
କିନ୍ତୁ ଯଦି ଆପଣ ନିଜ ପାଇଁ ଏକ ହଳ ଜୋତା ସିଲାଇ କରାଇବେ ତାହେଲେ ଏତେ ଜୀବ ହତ୍ୟା ବି ହବନି ଆଉ ଖର୍ଚ୍ଚ ବି କମ ହବ ।"
   ରାଜା ବହୁତ ଖୁସି ହେଲେ ସେ ସେବକ ଉପରେ ଆଉ ତାକୁ ପୁରସ୍କାର ଦେଲେଆଉ ତା ବୁଦ୍ଧିକୁ ବହୁତ ତାରିଫ ମଧ୍ୟ କଲେ ।
  କେବଳ ନିଜ ଖୁସି ପାଇଁ କି ଆଉ କାହାକୁ ଖୁସି କରିବା ପାଇଁ ପୁରା ଦୁନିଆକୁ ବଦଳାଇ ପାରିବନି, ସେମିତି ପରିଶ୍ରମ କଲେ ସେଇଟା ବୃଥା ରେ ଯିବ ।

Comments

Post a Comment

Popular posts from this blog

ଅନୁଚିନ୍ତା