କର୍ମ ର ଫଳ
କଥା ରେ ଅଛି "କର୍ମ ହିଁ ଭଗବାନ " | ଯେତେଦିନ ଯାଏଁ ମଣିଷ କର୍ମ କରୁଥାଏ,ସେତେଦିନଯାଏଁ ସେ ଜୀଵିତ ଥାଏ | ଶୋଇଲା ବେଳେ ମଧ୍ୟ ମଣିଷ କର୍ମ କରୁଥାଇ ଯେମିତି ତାର ଶ୍ୱାସକ୍ରିୟା ଚାଲିଥାଏ, ରକ୍ତ ପ୍ରବାହ ଚାଲିଥାଏ ଆଉ ଯେତେବେଳେ ମଣିଷ ଶୋଇଲା ବେଳେ ଏ ସବୁକର୍ମ କରେନାହିଁ ତାକୁ ମୃତ କୁହାଯାଏ | ସେ ପାଇଁ ଏ କର୍ମମୟ ଜୀବନରେ ମଣିଷ ମୃତ୍ୟୁ ପର୍ଯ୍ୟନ୍ତ ଅନବରତ କର୍ମ କରିଚାଲିଥାଏ |
ବାପା, ମା ଆମକୁ ଜନ୍ମ ଦିଅନ୍ତି ସତ କିନ୍ତୁ କର୍ମ ଦେଇ ନାହାନ୍ତି |ଆଉ ନିଜେ କର୍ମ କରୁ ଆଉ କର୍ମ ଅନୁସାରେ ହିଁ ଫଳ ପାଇଥାଉ | ଭଲ କର୍ମ ପାଇଁ ଭଲ ଫଳ ପାଉ ଏବଂ ଖରାପ କର୍ମ ପାଇଁ ଖରାପ ଫଳ ମିଳିଥାଏ |
ଗୋଟିଏ ଜଙ୍ଗଲ ରେ ଗୋଟେ ବାଘ ଥିଲା, ସେ ବହୁତ ଶକ୍ତିଶାଳୀ ଥିଲା,ସେଥିପାଇଁ ତା ମନ ରେ ବହୁତ ଗର୍ଵ ଥିଲା,ସେ ବିନା କାରଣରେ ଅନେକ ନିରୀହ ଜୀବଜନ୍ତୁ କୁ ମାରିଦଉଥିଲା, ସେଥିପାଇଁ ଜଙ୍ଗଲ ରେ ଥିବା ସବୁ ଜୀବଜନ୍ତୁଙ୍କ ମନରେ ବାଘ ପାଇଁ ବହୁତ ଭୟ ଥିଲା,କୌଣସି ଜୀବଜନ୍ତୁ ତାକୁ ସାମ୍ନା କରିବାର ସାହସ କରନ୍ତିନି ।ସେ ଜଙ୍ଗଲ ରେ ଗୋଟେ ବିଲୁଆ ମଧ୍ୟ ଥିଲା ସେ ବହୁତ ଚାଲାକ ଥିଲା,ବାଘ ସାମ୍ନାରେ ତା'ର ଅନେକ ମିଛ ପ୍ରଶଂସା କରୁଥିଲା ସେଥିପାଇଁ ବାଘ ଯାହା ଶିକାର କରୁଥିଲେ ବିଲୁଆକୁ ବି ଖାଇବାକୁ ଦଉଥିଲ । ସେଥିପାଇଁ ଖାଦ୍ୟ ର କେବେ ଅଭାବ ନ ଥିଲା | ଏପଟେ ବାଘ ର ଏ ଅତ୍ୟାଚାରୁ କେମିତି ରକ୍ଷା ପାଇବେ ସେ ପାଇଁ ସମସ୍ତେ ମିଶି ଗୋଟେ ବୈଠକ କଲେ କିନ୍ତୁ କିଛି ସମାଧାନ ପାଇଲେ ନାହିଁ ଶେଷରେ ଜଙ୍ଗଲ ଛାଡି ଯିବାକୁ ସ୍ଥିର କଲେ |
ତା ପରେ ଧିରେ ଧିରେ ସବୁ ଜୀବଜନ୍ତୁ ପାଖ ଜଙ୍ଗଲ କୁ ଯିବାକୁ ଲାଗିଲେ | ଏ ପଟେ ଶିକାର କମି କମି ଯାଉଥିବାରୁ ବାଘ ଆଉ ମନରଞ୍ଜନ ପାଇଁ ଶିକାର କରିପାରୁନଥିଲା ତେଣୁ ସେ ବହୁତ ବିରକ୍ତ ହଉଥିଲା ଏପଟେ ବାଘ କମ ଶିକାର କରୁଥିବାରୁ ବିଲୁଆ କୁ ଆଉ ତା ଭାଗ ମିଳିଲାନି । ବିଲୁଆ ଆଉ ତା ଛୁଆ ମନେ ଭୋକରେ ଆଉଟୁ ପାଉଟୁ ହେଉଥିଲେ ତେଣୁ ଶେଷରେ ବିଲୁଆ ନିଜେ ଶିକାର କରିବାକୁ ବାହାରିଲା,ଦିନ ସାରା ବୁଲି ବୁଲି ଶେଷରେ ଛୋଟ ଶିକାର ଟେ ପାଇଲା,କିନ୍ତୁ ନିଜେ ଖାଇ ପାରିଲା ନାହିଁ କାରଣ ଶିକାର ଏତେ ଛୋଟ ଥିଲା ଯେ ତା ଛୁଆ ମାନଙ୍କ ପେଟ ବି ଠିକ ସେ ପୁରିବନି ତେଣୁ ସେ କିଛି ନ ଖାଇ ଶିକାର କୁ ଧରି ଗୁମ୍ଫା କୁ ଯିବାକୁ ଲାଗିଲା ବାଟରେ ତାକୁ ଭାରି ଶୋଷ ଲାଗିଲା ଆଉ ଭାଗ୍ୟ କୁ ପାଖରେ ଗୋଟେ ବଡ ପୋଖରିଥିଲା,ସେ ପାଣି ପିଇବା ପାଇଁ ପୋଖରୀ ପାଖକୁ ଯାଉଥିଲା ଆଉ ଦେଖିଲା ଗୋଟେ ହରିଣ ଯେମିତି ପାଣି ପିଇବାକୁ ଗୋଲା ପୋଖରୀ ପାଖକୁ ଗୋଟେ ବିରାଟ କୁମ୍ଭୀର ତାକୁ ପାଣି ଭିତରକୁ ଟାଣିନେଇ ମାରିଦେଲା | ଏସବୁ ଦେଖି ବିଲୁଆ ଡୋରରେ ଆଉ ପାଣି ପିଇବାକୁ ଗଲା ନାହି । ସେଇଠୁ ସେ ସିଧା ତା ଗୁମ୍ଫା ଆଡକୁ ଗଲା,ଗୁମ୍ଫାରେ ପହଞ୍ଚି ଯାହା ଦେଖିଲା ତା ପାଦତଳୁ ମାଟି ଖସିଗଲା,ସେ ଦେଖିଲା ତା ଛୁଆ ମାନଙ୍କୁ ସବୁ କିଏ ମାରିଦଇଛି,ସେ କିଛି ଭାବି ନ ପାରି ବାଘ କୁ ସବୁ ଜଣାଇବ ବୋଲି ଭାବିଲା ଆଉ ବାଘ ଗୁମ୍ଫା କୁ ଗଲା ।ସେଇଠି ପହଞ୍ଚି ଦେଖିଲା ବାଘ ପାଟି ରକ୍ତରେ ପୁରା ଲାଲ । ସେ ଜାଣିଗଲା ଏଇ ବାଘ ହିଁ ତା ଛୁଆ ମାନଙ୍କୁ କେବଳ ମନୋରଂଜନ ପାଇଁ ମରିଦଇଛି,ତେଣୁ ବାଘ କୁ କେମିତି ପାନେ ଦେବ ଉପାୟ ଭାବିଲା ଆଉ ଯେତେବେଳେ ଉପାୟ ପାଇଗଲା ସେ ବାଘ ପାଖକୁ ଯାଇ କହିଲା ପାଖରେ ଗୋଟେ ବଡ ପୋଖରୀ ଅଛି ଆଉ ସେ ପୋଖରୀ ଭିତରେ ଗୋଟେ ବାଘ ଅଛି ସେ ସବୁ ଯିବ ଜନ୍ତୁ କୁ ସେ ପୋଖରୀ ଭିତରେ ବନ୍ଦୀ କରିରଖିଛି,ତେଣୁ ଯେମିତି ବି ହଉ ସେ ବାଘ କୁ ମାରି ଜୀବଜନ୍ତୁଙ୍କୁ ସେଇଠୁ ବାହାର କରି ପୂର୍ବ ଭଳି ଶିକାର କରିବାକୁ ହବ ।ବାଘ ମଧ୍ୟ ଶିକାର ପାଉନଥିବାରୁ ବିଲୁଆ କଥା ରେ ରାଜି ହୋଇଗଲା ଆଉ ଦି ଜଣ ମିଶି ସେ ପୋଖରୀ ପାଖକୁ ଗଲେ । ବାଘ ପୋଖରୀ ର ପାଣିରେ ତାର ପ୍ରତିବିମ୍ବ ଦେଖି ଭାବିଲା ବିଲୁଆ ସତ କହୁଥିଲା, ଏଇ ବାଘ ହିଁ ସବୁ ଜୀବ କୁ ଏଇଠି ରଖିଥିବ ତେଣୁ ସେ ତା ପ୍ରତିବିମ୍ବ ବାଘ କୁ ଦେଖି ବେଶୀ ରାଗିଉଠିଲା ଆଉ ଜୋର ରେ ଗର୍ଜନ କଲା । ତା ଗର୍ଜନ ଶୁଣି ସେ ପୋଖରୀ ରେ ଥିବା କୁମ୍ଭୀର ସବୁ ଶବ୍ଦ ଆସୁଥିବା ଦିଗକୁ ଆସିଲେ ଆଉ ହଟାତ ଦୁଇଟି କୁମ୍ଭୀର ପାଣିରୁ ବାହାରି ଜଣେ ବାଘ କୁ ଆଉ ଜଣେ ବିଲୁଆକୁ ଧରିନଇ ମାରିଦେଲେ । ଶେଷରେ ବାଘ ଆଉ ବିଲୁଆ ମଲେ । କିଛି ଦିନ ପରେ ଏଇ ଖବର ଚରିଆଡ଼େ ଖେଳି ଗଲା ଆଉ ସବୁ ଜୀବଜନ୍ତୁ ନିଜ ଜଙ୍ଗଲ କୁ ଫେରିଆସିଲେ ଆଉ ଖୁସି ଆନନ୍ଦ ରେ ରହିଲେ।
ଏଇ ଗପରୁ ଆମେ ଜାଣିଲୁ ଯେ କର୍ମ ର ଫଳ ସୁନିଶ୍ଚିତ ମିଳେ।ବାଘର ଗର୍ବ ଆଉ ଖରାପ କର୍ମ ପାଇଁ ସେ ମଲା, ଆଉ ବିଲୁଆ ଏତେ ଚାଲାକ ହେଲା ପରେ ବି ତା କର୍ମ ଖରାପ ଥିଲା ସେ ପାଇଁ ସେ ବି ମଲା। ଖରାପ କାମ କରିବା ଯେତିକି ଭୁଲ ତାଠୁ ବଡ ବୁଲ5ତାକୁ ପ୍ରୋତ୍ସାହନ ଦେବା ଆଉ ବିଲୁଆ ତାକୁ ମିଛରେ ପ୍ରଶଂସା କରୁଥିଲା ସେ ପାଇଁ ସେ ବେଶୀ ଜୀବ ମାରୁଥିଲା । ସେଥିପାଇଁ ବାଘ ଠୁ ବିଲୁଆ ବେଶୀ କଷ୍ଟ ପାଇ ମଲା ପ୍ରଥମେ ନିଜ ଆଖିସମ୍ନାରେ ନିଜ ଛୁଆ ମାନଙ୍କ ମୃତ୍ୟୁ ଦେଖିଲା ତା ପରେ ନିଜେ ମଲା। ତେଣୁ ଆମେ ଶପଥ କରିବା କେବେ ଖରାପ କାମ କରିବାନି ।

Beautiful Story
ReplyDeleteIntresting story
ReplyDelete