ସଂଘର୍ଷ (Struggle)


 ପୂର୍ବ ଗପୁରୁ ଆମେ ଜାଣିଲୁ "କର୍ମ" କଣ ଆଉ ବଞ୍ଚିରହିବା ପାଇଁ ଯେମିତି କର୍ମ ଜରୁରୀ,ସେମିତି ସଂଘର୍ଷ ମଧ୍ୟ ଜରୁରୀ । ସଂଘର୍ଷ ବିନା ମଧ୍ୟ ବଞ୍ଚି ହେବ କିନ୍ତୁ ସେ ଜୀବନ ର ମୂଲ୍ୟ କିଛି ନାହିଁ |

       ଗୋପଳପୁର ଗ୍ରାମ ରେ କ୍ରିଷ୍ଣା ଆଉ ତା ପରିବାର ରହୁଥିଲେ। କ୍ରିଷ୍ଣା ର ବାପା ଜଣେ ଉଚ୍ଚ ପଦସ୍ଥ ସରକାରୀ କର୍ମଚାରୀ ଥିଲେ,ଆଉ ମା ଜଣେ ଶିକ୍ଷୟତ୍ରୀ ଥିଲେ । କ୍ରିଷ୍ଣା ଛୋଟ ବେଳୁ ବହୁତ ଗେଲରେ ଆଉ ଭଲ ଆଦର୍ଶ ରେ ବଡ ହୋଇଥିଲା , ତା ମନରେ ଦୟା, ଧର୍ମ ସବୁ ଥିଲା,କିନ୍ତୁ ସେ ଜୀବନ ରେ କେବେ କିଛି ପାଇଁ ସଂଘର୍ଷ କରିନଥିଲା,କି ତାର ଆବଶ୍ୟକ ମଧ୍ୟ ନ ଥିଲା, ଯେତେବେଳେ ଯାହା ଚାହିଁଛି ତାହା ପାଇଛି । କ୍ରିଷ୍ଣା ପାଠ ରେ ବହୁତ ଭଲ ଥିଲା ଛୋଟ ବେଳୁ ସେ ଅନେକ ପରୀକ୍ଷା ଦେଇ ଅନେକ ମେଡାଲ ଓ ସାର୍ଟିଫିକେଟ ପାଇଥିଲା । ଏବେ ଗାଁ ରେ କ୍ରିଷ୍ଣାର ପାଠ ପଢା ସରିଲା, ଆଉ ଉଚ୍ଚ ଶିକ୍ଷା ପାଇଁ ତାକୁ ସହର କୁ ଯିବାକୁ ହେବ, କିନ୍ତୁ ଘର ଛାଡ଼ି ଯିବାକୁ ତାର ଜମାରୁ ଇଚ୍ଛା ନ ଥାଏ , ସେ କେବେ ବାହାରେ ଏକା ରହିନି ସେଥିପାଇଁ ସେ ଡରୁଥିଲେ କଣ ହବ କଣ ନାଇଁ ଏମିତି ଭାବୁଥିଲା। ଏମିତି କିଛି ଦିନ ଗଲା ଯେତେବେଳେ ନୂଆ କଲେଜ ରେ ଆଡ଼ମିଶନ ଆରମ୍ଭ ହେଲା ସେତେବେଳେ ବାପା ତାକୁ ଆଡ଼ମିଶନ କରିବା ପାଇଁ  ସହର ଯିବା କଥା କହିଲାରୁ କ୍ରିଷ୍ଣା କାନ୍ଦି କାନ୍ଦି ମନା କଲା, ସେ କୁଆଡେ ବି ଯିବନି କହିଲା ।ଏ କଥା ଶୁଣି ବାପା ମଧ୍ୟ ଟିକେ ମନ ଦୁଃଖ କଲେ,ସେ ଅନୁତାପ କଲେ ଭାବିଲେ ଛୋଟ ବେଳୁ କେବେ ସେ ସଂଘର୍ଷ କରିନି କେମିତି ଚଳିବ ଭବିଷ୍ୟତରେ ଏଇ କଥା ଭାବି ବାପା ଟିକେ ମନଦୁଃଖ କଲେ ଆଉ କ୍ରିଷ୍ଣା ର ମନ କଥା କୁ ବୁଝି ତାକୁ ବେଶୀ ବାଧ୍ୟ କଲେନି କି ସେଦିନ ଆଉ ଗଲେନି । ତା ପରଦିନ କ୍ରିଷ୍ଣା ତାଙ୍କ ବଗିଚା ରେ ଖେଳୁଥିଲା । ଖେଳୁ ଖେଳୁ ହଟାତ ତା ନଜର ଗୋଟେ ଖୋଳ(cocoon) ଉପରେ ପଡ଼ିଲା ସେ ଦେଖିଲା ଗୋଟେ ଛୋଟ ପ୍ରଜାପତି ଟି ତା ଖୋଳରେ(cocoon) ଥିବା ଗୋଟେ ଛୋଟ ଛିଦ୍ର ରୁ ବାରମ୍ବାର ବାହାର କୁ ବାହାରିବା ପାଇଁ ଚେଷ୍ଟା କରୁଥିଲା କିନ୍ତୁ ବାହାରକୁ ବାହାରି ପାରୁନଥିଲା । କାରଣ ସେ ଛିଦ୍ର ବହୁତ ଛୋଟ ଥିଲା ।ଏମିତି ବାରମ୍ବାର କରିବା ପରେ ସେ ପ୍ରଜାପତି କିଛି ସମୟ ପାଇଁ ରହିଗଲା ।କ୍ରିଷ୍ଣା ଭାବିଲା ହୁଅତ ଏ  ଛିଦ୍ର ଛୋଟ ସେପାଇଁ ପ୍ରଜାପତି ଟି ବାହାରକୁ ବାହାରି ପାରୁନି ସେଥିପାଇଁ ଶେଷରେ ତାକୁ ବାହାରକୁ ଆସିବାକୁ ସହାର୍ଯ୍ୟ କରିବ ବୋଲି ମନସ୍ଥ କଲା । ସେ ଏକ କଇଁଚି ଆଣି ସେ ଖୋଳ(cocoon) ରୋ ଛିଦ୍ର କୁ କାଟି ବଡ କରିଦେଲା ।କିଛି ସମୟ ପରେ ସେ ପ୍ରଜାପତି ଟି ଆରାମ ରେ ବାହାରକୁ ବାହାରି ଆସିଲା । ତାକୁ ଦେଖି କ୍ରିଷ୍ଣା ମନେ ମନେ ବହୁତ ଖୁସି ହେଲା ଆଉ ଭଗବାନ ଙ୍କୁ ଅନେକ ଧନ୍ୟବାଦ ଜଣାଇଲା ଭାବିଲା ସେ ଆଜି ସେ ନ ଦେଖିଥିଲେ ହୁଅତ ପ୍ରଜାପତି ଟି ବାହାରକୁବାହାରି ପରିନଥାନ୍ତା ।କିନ୍ତୁ ତା ଖୁସି ବେଶି ସମୟ ରହିଲାନି କାରଣ ସେ ଦେଖିଲା ପ୍ରଜାପତି ଟି ନ ଉଡି ଭୁଇଁ ରେ ଗୁରୁଣ୍ଡୁଛି । କାରଣ ଜାଣିବାକୁ ସେ ପ୍ରଜାପତି କୁ ପାଖରୁ ଦେଖିଲା ଆଉ ଜାଣିବାକୁ ପାଇଲା କି ସେ ପ୍ରଜାପତି ର ଦେହ ରେ କିଛି ତରଳ ପଦାର୍ଥ ଲାଗିଛି ଆଉ ଦେହ ଫୁଲି ଯାଇଛି ଆଉ ତା ଡେଣା ଠିକ ରେ ଖୋଲୁନି,ତେଣୁ ସେ ଉଡିନପାରି ତଳେ ଗୁରୁଣ୍ଡୁଛି ।ଏମିତି ବହୁତ ସମୟ ଗଲା,କ୍ରିଷ୍ଣା ଅପେକ୍ଷା କରିଥାଏ କେତେବେଳେ ଉଡିବ କିନ୍ତୁ ସେ ନ ଉଡି ଭୁଇଁରେ ହିଁ ଗୁରୁଣ୍ଡୁ ଥିଲା  । କୌତୁହଳ ବଶତଃ କ୍ରିଷ୍ଣା ଦେଖିବାକୁ ଚାହିଁଲା କେମିତି ସେ ପ୍ରଜାପତି ପ୍ରଥମ ଥର ପାଇଁ ଉଡିବ, ତେଣୁ ସେ ଅପେକ୍ଷା କଲା ଆଉ ସେ ପ୍ରଜାପତି କୁ ଅନେଇ ରହିଲା। ଏମିତି ଅନେକ ସମୟ ପରେ ବି ସେ ପ୍ରଜାପତି ଉଡି ପାରିଲାନି,ଶେଷରେ ସେ ହାତରେ ତଳୁ ଉଠାଇଆଣିଲା ଆଉ ଦେଖିଲା କିଛି ତରଳ ପଦାର୍ଥ  ସେ ପ୍ରଜାପତି ଡେଣା ରେ ଲାଗିଛି ସେପାଇଁ ସେ ତା ଡେଣା ଖୋଲି ପାରୁନଥିଲା । କ୍ରିଷ୍ଣା ଯେମିତି ସେ ତରଳ ପଦାର୍ଥ କୁ ତା ଡେଣା ରୁ ସଫା କରିବାକୁ ଲାଗିଲା ତା ଡେଣା ଟିକେ ଛିଡି ଗୋଲା ଏବେ ପ୍ରଜାପତି ଟି ଡେଣା ଖୋଲି ପାରିଲା କିନ୍ତୁ ଉଡି ପାରିଲାନି, କାହିଁକି ନା ତା ଡେଣା ଛୋଟ ହୋଇଯାଇଥିଲା। 

        ଅଫିସ ଛୁଟି ହେଲା ବାପା ଘରକୁ ଆସି ଦେଖିଲେ କ୍ରିଷ୍ଣା ବଗିଚାରେ ବସିଛି,ଆଉ କିଛି ଗୋଟେ କାରଣ ପାଇଁ ସେ ବହୁତ ଚିନ୍ତିତ ଅଛି ।ସେ  ପାଖକୁ ଆସି କ୍ରିଷ୍ଣାକୁ ପଚାରିଲେ କଣ ହେଇଛି ? କ୍ରିଷ୍ଣା ବାପାଙ୍କୁ ସେ ପ୍ରଜାପତି କୁ ଦେଖାଇଲା ଆଉ ସବୁ କଥା କହିଲା କେମିତି ସେ ତାକୁ ସେ ଖୋଳ ରୁ ବାହାରକୁ ବାହାର କଲା ସବୁ କଥା କହିଲା ।

          ତା  ପରେ ବାପା ସବୁ ବୁଝିଗଲେ ଆଉ କ୍ରିଷ୍ଣା କୁ ବୁଝାଇ ବାକୁ ଯାଇ କହିଲେ, ସେ ପ୍ରଜାପତି ପାଇଁ  ଖୋଳ(cocoon) ର ଛୋଟ ଛିଦ୍ର ପ୍ରତିବନ୍ଧକ ନଥିଲା,ତାହା ଥିଲା ସେ ତରଳ ପଦାର୍ଥ କୁ ପ୍ରଜାପତି ଦେହରୁ ବହାରକରିବାର ଏକ ପ୍ରକୃତିର ଉପାୟ ଆଉ ଯାହା ଦ୍ୱାରା ସେ ଖୋଳ(cocoon) ରୁ ବାହାରିଲା ପରେ ଉଡି ପାରିଥାନ୍ତା ।ସେଥିପାଇଁ ଆବଶ୍ୟକ ଥିଲା ସଂଘର୍ଷ,କିନ୍ତୁ ସେ ସଂଘର୍ଷ କରିପାରିଲାନାହିଁ।ତେଣୁ ସେ ଉଡିପରିଲା ନାହିଁ ଏବେ ଜୀବନ ସାରା ସେମିତି ଗୁରୁଣ୍ଡିବ ସେ ପ୍ରଜାପତି। 

      ଏ କଥା ଶୁଣି କ୍ରିଷ୍ଣା ବହୁତ କାନ୍ଦିଲା ଆଉ ନିଜକୁ ଦୋଷ ଦେଲା କିନ୍ତୁ ବାପା ତାକୁ ବୁଝିଲେ କି ସହାର୍ଯ୍ୟ କରିବା ଭଲ କଥା କିନ୍ତୁ କିଛି ଜିନିଷ ଏମିତି ଅଛି ଯୋଉଠି ସଂଘର୍ଷ ନିହାତି ଜରୁରୀ । ଆମେ ବିନା ସଂଘର୍ଷ ରେ ଯାହା ପାଉ ତାହା ଠିକ ସେ ପ୍ରଜାପତି ଭଳି । ପ୍ରଥମେ ଭଲ ତ ଲାଗେ ବାକି ସାରା ଜୀବନ ସେ ପାଇଁ ପୋସ୍ତେଇବାକୁ ପଡେ ସେଇ ପ୍ରଜାପତି ଭଳି ଜୀଵନ ସାରା ଗୁରୁଣ୍ଡିବା କୁ ପଡିବ ।ଏବେ କ୍ରିଷ୍ଣା ନିଜ ଭୁଲ ମଧ୍ୟ ବୁଝିଲା ଆଉ ପାଠ ପିଢିବାକୁ ବାହାରକୁ ଯିବ ବୋଲି ବାପାଙ୍କୁ ନିଜେ କହିଲା, କାରଣ ସେ ବୁଝି ସାରିଥିଲା ବିନା ସଂଘର୍ଷ ରେ ଜୀବନ ର ମୂଲ୍ୟ କିଛି ନାହିଁ ।

    ଏଇ ଗପରେ କ୍ରିଷ୍ଣା ର ମନ ପରିଷ୍କାର ଥିଲା ସେ ସହାର୍ଯ୍ୟ ବି କରିଥିଲା କିନ୍ତୁ ପ୍ରଜାପତି ସଂଘର୍ଷ କରିପାରିଲାନି ବଲି ସେ ଜୀଵନ ସାରା ଏବେ ଗୁରୁଣ୍ଡିବ ।

     ତୁମେ ଜୀବନରେ ତୁମର ଶକ୍ତି ଦେଖ ଯଦି ତୁମେ କେବେ ସଂଘର୍ଷ କରୁନାହଁ ତୁମେ କେବେ ଆଗକୁ ବଢି ପାରିବ ନାହିଁ କି ଅଧିକ ଶକ୍ତିଶାଳୀ ମଧ୍ୟ ହେବ ନାହିଁ । ତେଣୁ ଆମେ ସମସ୍ତେ ବେଳେବେଳେ ଚ୍ୟାଲେଞ୍ଜର ମୁକାବିଲା କରିବା ଉଚିତ ଏବଂ ଅନ୍ୟମାନଙ୍କ ସାହାଯ୍ୟ ଉପରେ ନିର୍ଭର ନକରିବା ଉଚିତ ।ନିଜ ରାସ୍ତାରେ ଯାଆନ୍ତୁ, ନିଜ ବାଧାବିଘ୍ନକୁ ଚ୍ୟାଲେଞ୍ଜ କରନ୍ତୁ ଦେଖିବେ  ଆପଣ ନିଶ୍ଚୟ ବିଜୟ ହେବେ |

   ଭଗବାନ ଙ୍କ ଉପରେ ବିଶ୍ୱାସ ରଖନ୍ତୁ, ସେ କେବେ ନିରାଶ କରିବେନି, ଆପଣଙ୍କ ଯେମିତି ଜୀବନ ଯୁଦ୍ଧରେ ସଂଘର୍ଷ କରିବେ ସେ ସେମିତି ଫଳ ଦେବେ ।


Comments

Post a Comment

Popular posts from this blog

ଅନୁଚିନ୍ତା