Posts

Showing posts from August, 2021

ଭଗବାନ ( God) ସମୟ (Time)

Image
         ଭଗବାନ କହିଲେ ଆମ ଆଖି ଆଗରେ ସଙ୍ଗେ ସଙ୍ଗେ ଶିବ, ପାର୍ବତୀ, ବିଷ୍ଣୁ, ଲଷ୍ମୀ, ଗଣେଶ ଏମାନଙ୍କର ଚିତ୍ର ଆସିଯାଏ । କାରଣ ଏମାନେ ଭଗବାନ । କିନ୍ତୁ ଯଦି ଭଗବାନ ଙ୍କୁ ଏ ପ୍ରଶ୍ନ ପଚରା ଯାଏ କି ଆପଣଙ୍କ ଭଗବାନ କିଏ ତାହେଲେ ସେ କଣ ଉତ୍ତର ଦେବେ ମୁଁ ଜାଣିନି କିନ୍ତୁ ଭାବୁଛି ଭଗବାନ କହିବେ କି ତାଙ୍କ ଭଗବାନ ହେଲେ "ସମୟ" । "ସମୟ" ଏମିତି ଗୋଟିଏ ଶବ୍ଦ ଯାହା ଲେଖା ତ ହାଇଥାଏ ତିନିଟି ଅକ୍ଷର ରେ କିନ୍ତୁ ତା ଅର୍ଥ ବୁଝିବାକୁ ସାରା ଜୀବନ ଲାଗିଯାଇଥାଏ ।  ଭଗବାନ "ସମୟ"  ଠାରୁ ହିଁ "ସମୟ" ନେଇ ଏ ସଂସାର କୁ ଧୀରେ ଧୀରେ ବହୁତ ସୁନ୍ଦର ଭାବରେ ତିଆରି କରିଛନ୍ତି, କିନ୍ତୁ "ସମୟ" ଭଗବାନଙ୍କ ଠାରୁ କିଛିବି ନେଇନି ।"ସମୟ" ହିଁ ତ ଜଣେ ଯିଏ କେବେ କାହା ପାଇଁ କି କାହାକୁ ଅପେକ୍ଷା କରେନାହିଁ, ସେ ତା ବାଟରେ ଚାଲୁଥାଏ । ଏ "ସମୟ" ପାଇଁ ସମସ୍ତେ  ବଦଳି ଯାଇଥାନ୍ତି କିନ୍ତୁ "ସମୟ" କେବେ ବଦଳେନି । ସେଥିପାଇଁ ବୋଧେ "ସମୟ" ଆଗରେ ସମସ୍ତେ ହାର ମାନନ୍ତି ।      ଏ ସମୟ ହିଁ ସବୁଠୁ ବଡ଼ ଆଉ ଶକ୍ତିଶାଳୀ ଭଗବାନ କାରଣ ସମୟ ଆଗରେ ସମସ୍ତେ ହାର ମାନନ୍ତି । ତେଣୁ ଯଦି ସମୟ କୁ ଭଗବାନ ମାନିକି ସମସ୍ତେ ତାକୁ ପୂଜା କରିବା ତାହେଲେ ଜୀଵନ ରେ କେବେ ନିରାଶ ହେବାନି । ସମୟ...