ଭଗବାନ ( God) ସମୟ (Time)

        


ଭଗବାନ କହିଲେ ଆମ ଆଖି ଆଗରେ ସଙ୍ଗେ ସଙ୍ଗେ ଶିବ, ପାର୍ବତୀ, ବିଷ୍ଣୁ, ଲଷ୍ମୀ, ଗଣେଶ ଏମାନଙ୍କର ଚିତ୍ର ଆସିଯାଏ । କାରଣ ଏମାନେ ଭଗବାନ । କିନ୍ତୁ ଯଦି ଭଗବାନ ଙ୍କୁ ଏ ପ୍ରଶ୍ନ ପଚରା ଯାଏ କି ଆପଣଙ୍କ ଭଗବାନ କିଏ ତାହେଲେ ସେ କଣ ଉତ୍ତର ଦେବେ ମୁଁ ଜାଣିନି କିନ୍ତୁ ଭାବୁଛି ଭଗବାନ କହିବେ କି ତାଙ୍କ ଭଗବାନ ହେଲେ "ସମୟ" ।



"ସମୟ" ଏମିତି ଗୋଟିଏ ଶବ୍ଦ ଯାହା ଲେଖା ତ ହାଇଥାଏ ତିନିଟି ଅକ୍ଷର ରେ କିନ୍ତୁ ତା ଅର୍ଥ ବୁଝିବାକୁ ସାରା ଜୀବନ ଲାଗିଯାଇଥାଏ ।  ଭଗବାନ "ସମୟ"  ଠାରୁ ହିଁ "ସମୟ" ନେଇ ଏ ସଂସାର କୁ ଧୀରେ ଧୀରେ ବହୁତ ସୁନ୍ଦର ଭାବରେ ତିଆରି କରିଛନ୍ତି, କିନ୍ତୁ "ସମୟ" ଭଗବାନଙ୍କ ଠାରୁ କିଛିବି ନେଇନି ।"ସମୟ" ହିଁ ତ ଜଣେ ଯିଏ କେବେ କାହା ପାଇଁ କି କାହାକୁ ଅପେକ୍ଷା କରେନାହିଁ, ସେ ତା ବାଟରେ ଚାଲୁଥାଏ । ଏ "ସମୟ" ପାଇଁ ସମସ୍ତେ  ବଦଳି ଯାଇଥାନ୍ତି କିନ୍ତୁ "ସମୟ" କେବେ ବଦଳେନି । ସେଥିପାଇଁ ବୋଧେ "ସମୟ" ଆଗରେ ସମସ୍ତେ ହାର ମାନନ୍ତି ।

     ଏ ସମୟ ହିଁ ସବୁଠୁ ବଡ଼ ଆଉ ଶକ୍ତିଶାଳୀ ଭଗବାନ କାରଣ ସମୟ ଆଗରେ ସମସ୍ତେ ହାର ମାନନ୍ତି । ତେଣୁ ଯଦି ସମୟ କୁ ଭଗବାନ ମାନିକି ସମସ୍ତେ ତାକୁ ପୂଜା କରିବା ତାହେଲେ ଜୀଵନ ରେ କେବେ ନିରାଶ ହେବାନି । ସମୟ ଯଦି କେବେ ଅଟକି ଯିବ ତାହେଲେ ଏ ବିଶ୍ବ ବ୍ରହ୍ମାଣ୍ଡ ଗୋଟେ କ୍ଷଣ ରେ ଧ୍ୱଂସ ହଇଯିବ। 

   "ସମୟ" ହିଁ କାହାକୁ ଧନୀ ତ କାହାକୁ ଗରିବ କରିଥାଏ । ଆଜି ଯିଏ ଯୋଉଠି ଅଛି ସେଇଟା ଖାଲି "ସମୟ" ର ପ୍ରତିବିମ୍ବ । ରତନ ଟାଟା, ଏଲନ ମାସ୍କ, ମୁକେଶ ଅମ୍ବାନୀ ଏମାନେ ସମସ୍ତେ ବହୁତ ଧନୀ କାରଣ ଏମାନଙ୍କ ଭଗବାନ କେବଳ "ସମୟ" । ଏମାନେ ସମସ୍ତେ "ସମୟ" କୁ ପୂଜା କରନ୍ତି ଆଉ ମାତ୍ରା ରୁ ବେଶୀ ସନ୍ନମାନ ଦିଅନ୍ତି । 

    "ସମୟ" ଅନୁସାରେ ସବୁ ଜିନିଷ ର ଦାମ ବଢେ ଆଉ କମେ । କାଲି ଯାହାର ମୂଲ୍ୟ କିଛି ନ ଥାଏ ଆଜି ସେ ବହୁତ ମୂଲ୍ୟବାନ । ଯେମିତି ଆଗରୁ ସୁନା କୁ ଲୋକ ମାନେ ପଇସା ହିସାବ ରେ ବ୍ୟବହାର କରୁଥିଲେ ଆଜି ତାର ମୂଲ୍ୟ ବହୁତ ବେଶୀ । ଆଜି 1 kg ସୁନା ର ମୂଲ୍ୟ 47,47000(23/08/2021) ଟଙ୍କା , କିନ୍ତୁ 1833 ମସିହାରେ ତାର ମୂଲ୍ୟ ଥିଲା କେବଳ 18 ଟଙ୍କା । ସୁନା ବଦଳିନି ବଦଳିଛି ତାର ମୂଲ୍ୟ "ସମୟ" ସାଥିରେ । ସେଥିପାଇଁ କେବେ "ସମୟ" ର ପ୍ରତିବିମ୍ବ ପାଇଁ ଗର୍ବ କରିବା ଉଚିତ ନୁହଁ ।

   ବିଜ୍ଞାନ ଆଜି ବହୁତ ଉନ୍ନତି କରିଛି । କିନ୍ତୁ "ସମୟ" କୁ ଜିତି ପାରିନି , ମଣିଷ କେବେ ଅତୀତ କି ଭବିଷ୍ୟତ କୁ ଯାଇପାରିନି କି ଯାଇପାରିବନି ।  ସାରା ପୃଥିବୀ ରେ ଯଦି ଜଣେ ଭଗବାନ ହେବେ ତାହେଲେ ଆଉ ଦେଶ ଦେଶ ଭିତରେ ଯୁଧ୍ୟ କେବେ ହେବନି କି କେହି ଦୁଃଖରେ ରହିବେନି ଆଉ ସେ ଭଗବାନ ହେଲେ "ସମୟ" ।



    

Comments

Popular posts from this blog

ଅନୁଚିନ୍ତା