Posts

Showing posts from May, 2021

ଅନୁଚିନ୍ତା (୧)

Image
 

ବୁଦ୍ଧିମାନ ସେବକ

Image
ପୂରା ଦୁନିଆ କୁ ବଦଳାଇବା ଅପେକ୍ଷା ନିଜେ ବଦଳି ଯିବା ଭଲ । ଗୋଟେ ରାଜ୍ୟରେ ଜଣେ ରାଜା ଥିଲେ । ଥରେ ବୁଲିବା ପାଇଁ ସେ ରଜପ୍ରସାଦ ରୁ କିଛି ଦୂର ଗଲେ । ରାସ୍ତା ବହୁତ ଖରାପ ଥିଲା ସେଥିପାଇଁ ସେ ବେଶୀ ଦୁରକୁ ନଯାଇ ଫେରି ଆସିଲେ । ରାଜାଙ୍କ ପଦ ରୁ ରକ୍ତ ଝରୁଥିଲା । ତାଙ୍କ ସେବକ ରାଜାଙ୍କ ପଦରେ ଔଷଧ ଲଗଉଥାଇ , ଏଇ ସମୟ ରେ ମନ୍ତ୍ରୀ ଆସି ଦେଖିଲେ ସେବକ ରାଜାଙ୍କ ପଦରେ ପଟି ଲଗଉଥାଏ,ମନ୍ତ୍ରୀ ଏହାର କାରଣ ଜାଣିବା ପାଇଁ ସେବକ କୁ ପ୍ରଶ୍ନ କଲେ ଏବଂ ସେବକ ସବୁ କଥା କହିଲା ।  ଏହା ଶୁଣି ମନ୍ତ୍ରୀ ସଙ୍ଗେ ସଙ୍ଗେ ରାଜାଙ୍କୁ କହିଲେ " ମହାରାଜ ଆପଣ ଅଜ୍ଞାଦେଲେ ରାଜ୍ୟ ର ସମସ୍ତ ରାସ୍ତା ରେ ଚମଡା ଵିଛାଇଦେବି,ଯାହା ଦ୍ୱାରା ଚାଳିବାରେ ଆଉ କଷ୍ଟ ହବନି", ରାଜା ମଧ୍ୟ ଖୁସି ହେଲେ ଭାବିଲେ ଆଉ କେହିବି ଜଣେ ଅସୁବିଧା ରେ ପଡିବେନି ସେ ପାଇଁ ସେ ମନ୍ତ୍ରୀ ଙ୍କୁ ଆଦେଶ ଦଉଥିଲେ ସେତିକି ବେଳେ ସେ ସେବକ ମହାରାଜା ଙ୍କୁ ଅନୁମତି ମାଗିଲା କିଛି କହିବା ପାଇଁ,ମହାରାଜା ତାକୁ ଅନୁମତି ଦେଲେ ଆଉ ସେ ସେବକ କହିଲା,"ମହାରାଜ ପୁରା ରାଜ୍ୟରେ ଏତେ ଚମଡା ବିଛାଇବାକୁ ଅନେକ ଜୀବ ଜନ୍ତୁକୁ ହତ୍ୟା କରିବାକୁ ହବ  ଆଉ ଏଇଥିରେ ବହୁତ ଖର୍ଚ୍ଚ ମଧ୍ୟ ହେବ । କିନ୍ତୁ ଯଦି ଆପଣ ନିଜ ପାଇଁ ଏକ ହଳ ଜୋତା ସିଲାଇ କରାଇବେ ତାହେଲେ ଏତେ ଜୀବ ହତ୍ୟା ବି ହବନି ଆଉ ଖର୍ଚ୍ଚ ବି ...

ସଂଘର୍ଷ (Struggle)

Image
 ପୂର୍ବ ଗପୁରୁ ଆମେ ଜାଣିଲୁ "କର୍ମ" କଣ ଆଉ ବଞ୍ଚିରହିବା ପାଇଁ ଯେମିତି କର୍ମ ଜରୁରୀ,ସେମିତି ସଂଘର୍ଷ ମଧ୍ୟ ଜରୁରୀ । ସଂଘର୍ଷ ବିନା ମଧ୍ୟ ବଞ୍ଚି ହେବ କିନ୍ତୁ ସେ ଜୀବନ ର ମୂଲ୍ୟ କିଛି ନାହିଁ |        ଗୋପଳପୁର ଗ୍ରାମ ରେ କ୍ରିଷ୍ଣା ଆଉ ତା ପରିବାର ରହୁଥିଲେ। କ୍ରିଷ୍ଣା ର ବାପା ଜଣେ ଉଚ୍ଚ ପଦସ୍ଥ ସରକାରୀ କର୍ମଚାରୀ ଥିଲେ,ଆଉ ମା ଜଣେ ଶିକ୍ଷୟତ୍ରୀ ଥିଲେ । କ୍ରିଷ୍ଣା ଛୋଟ ବେଳୁ ବହୁତ ଗେଲରେ ଆଉ ଭଲ ଆଦର୍ଶ ରେ ବଡ ହୋଇଥିଲା , ତା ମନରେ ଦୟା, ଧର୍ମ ସବୁ ଥିଲା,କିନ୍ତୁ ସେ ଜୀବନ ରେ କେବେ କିଛି ପାଇଁ ସଂଘର୍ଷ କରିନଥିଲା,କି ତାର ଆବଶ୍ୟକ ମଧ୍ୟ ନ ଥିଲା, ଯେତେବେଳେ ଯାହା ଚାହିଁଛି ତାହା ପାଇଛି । କ୍ରିଷ୍ଣା ପାଠ ରେ ବହୁତ ଭଲ ଥିଲା ଛୋଟ ବେଳୁ ସେ ଅନେକ ପରୀକ୍ଷା ଦେଇ ଅନେକ ମେଡାଲ ଓ ସାର୍ଟିଫିକେଟ ପାଇଥିଲା । ଏବେ ଗାଁ ରେ କ୍ରିଷ୍ଣାର ପାଠ ପଢା ସରିଲା, ଆଉ ଉଚ୍ଚ ଶିକ୍ଷା ପାଇଁ ତାକୁ ସହର କୁ ଯିବାକୁ ହେବ, କିନ୍ତୁ ଘର ଛାଡ଼ି ଯିବାକୁ ତାର ଜମାରୁ ଇଚ୍ଛା ନ ଥାଏ , ସେ କେବେ ବାହାରେ ଏକା ରହିନି ସେଥିପାଇଁ ସେ ଡରୁଥିଲେ କଣ ହବ କଣ ନାଇଁ ଏମିତି ଭାବୁଥିଲା। ଏମିତି କିଛି ଦିନ ଗଲା ଯେତେବେଳେ ନୂଆ କଲେଜ ରେ ଆଡ଼ମିଶନ ଆରମ୍ଭ ହେଲା ସେତେବେଳେ ବାପା ତାକୁ ଆଡ଼ମିଶନ କରିବା ପାଇଁ  ସହର ଯିବା କଥା କହିଲାରୁ କ୍ରିଷ୍ଣା କାନ୍ଦି କାନ୍ଦି ମନା କଲା, ସେ କୁଆଡେ ବି ଯିବନି କହିଲା ।ଏ କଥା ଶୁଣ...

କର୍ମ ର ଫଳ

Image
  କଥା ରେ ଅଛି "କର୍ମ ହିଁ ଭଗବାନ " | ଯେତେଦିନ ଯାଏଁ ମଣିଷ କର୍ମ କରୁଥାଏ,ସେତେଦିନଯାଏଁ ସେ ଜୀଵିତ ଥାଏ | ଶୋଇଲା ବେଳେ ମଧ୍ୟ ମଣିଷ କର୍ମ କରୁଥାଇ ଯେମିତି ତାର ଶ୍ୱାସକ୍ରିୟା ଚାଲିଥାଏ, ରକ୍ତ ପ୍ରବାହ ଚାଲିଥାଏ ଆଉ ଯେତେବେଳେ ମଣିଷ ଶୋଇଲା ବେଳେ ଏ ସବୁକର୍ମ କରେନାହିଁ ତାକୁ ମୃତ କୁହାଯାଏ | ସେ ପାଇଁ ଏ କର୍ମମୟ ଜୀବନରେ ମଣିଷ ମୃତ୍ୟୁ ପର୍ଯ୍ୟନ୍ତ ଅନବରତ କର୍ମ  କରିଚାଲିଥାଏ |           ବାପା, ମା ଆମକୁ ଜନ୍ମ ଦିଅନ୍ତି ସତ କିନ୍ତୁ କର୍ମ ଦେଇ ନାହାନ୍ତି |ଆଉ ନିଜେ କର୍ମ କରୁ ଆଉ କର୍ମ ଅନୁସାରେ ହିଁ ଫଳ ପାଇଥାଉ | ଭଲ କର୍ମ ପାଇଁ ଭଲ ଫଳ ପାଉ ଏବଂ ଖରାପ କର୍ମ ପାଇଁ ଖରାପ ଫଳ ମିଳିଥାଏ |                   ଗୋଟିଏ ଜଙ୍ଗଲ ରେ ଗୋଟେ ବାଘ ଥିଲା, ସେ ବହୁତ ଶକ୍ତିଶାଳୀ ଥିଲା,ସେଥିପାଇଁ ତା ମନ ରେ ବହୁତ ଗର୍ଵ ଥିଲା,ସେ ବିନା କାରଣରେ ଅନେକ ନିରୀହ ଜୀବଜନ୍ତୁ କୁ ମାରିଦଉଥିଲା, ସେଥିପାଇଁ ଜଙ୍ଗଲ ରେ ଥିବା ସବୁ ଜୀବଜନ୍ତୁଙ୍କ ମନରେ ବାଘ ପାଇଁ ବହୁତ ଭୟ ଥିଲା,କୌଣସି ଜୀବଜନ୍ତୁ ତାକୁ ସାମ୍ନା କରିବାର ସାହସ କରନ୍ତିନି ।ସେ ଜଙ୍ଗଲ ରେ ଗୋଟେ ବିଲୁଆ ମଧ୍ୟ ଥିଲା ସେ ବହୁତ ଚାଲାକ ଥିଲା,ବାଘ ସାମ୍ନାରେ ତା'ର ଅନେକ ମିଛ ପ୍ରଶଂସା କରୁଥିଲା ସେଥିପାଇଁ ବାଘ ଯାହା ଶିକାର କରୁଥିଲେ ବିଲୁଆକୁ ବି ଖାଇବାକୁ ଦଉଥିଲ । ସେଥିପାଇଁ ଖା...

ଅନୁଚିନ୍ତା

Image
    ଯୋଉଦିନ ମଣିଷ ଭଗବାନଙ୍କୁ ମନ୍ଦିର ରେ ଖୋଜିବା ସହ ନିଜ       ଭିତରେ ଖୋଜିବ ସେହିଦିନ ହିଁ ସେ ଭଗବାନ ଙ୍କୁ ପାଇବ ।       ଭଗବାନ ପଥର ମୂର୍ତ୍ତି ରେ ରୁହାନ୍ତିନି ସେ ସର୍ବତ୍ର ବିଦ୍ୟମାନ ।   ମନ୍ଦିର ତୋ ଏକ ମାଧ୍ୟମ ମାତ୍ର । ଯେମିତି ପଵନ ର ଅନୁଭବ ପଙ୍ଖା  କରାଇଥାଏ।  ନିଜ ଉପରେ ଦୃଢ଼ ବିଶ୍ୱାସ ରଖ ନିଶ୍ଚୟ ଦିନେ ସବୁ ଇଚ୍ଛା ପୂରଣ ହେବ ।                                                   (ShanN MishrA)

ବନ୍ଧୁତା ଆଉ ମନବଳ

Image
 ଅନେକ ଦିନ ଆଗରୁ କାଶୀପୁର ବୋଲି ଗୋଟେ ଗାଁ ଥିଲା । ସେହି ଗାଁ ରେ ବାପୁ ଆଉ  ଟୁନା ଦୁଇ ବନ୍ଧୁ ଙ୍କ ଘର । ବପୁ ଛୋଟ ବେଳରୁ ବାହାରେ ରହି ପାଠ ପଢୁଥିଲା,ଆଉ ଟୁନା ଗାଁ ସ୍କୁଲ ରେ ପଢୁଥିଲା । ତେଣୁ ବାପୁ ର ଜନ୍ମ ମାଟି କାଶୀପୁର ହେଲେ ସୁଦ୍ଧା ସେ ସେ ଗାଁ କି ଆଖ ପାଖ ଗାଁ ବିଷୟ ରେ ବେଶୀକିଛି ଜାଣିନଥିଲା । ବାପୁ ଓ ଟୁନା  ହୁଏତ ବେଶୀ ସମୟ ମିଶିନାହାନ୍ତି କିନ୍ତୁ ଦି ଜଣ ଏମିତି ବନ୍ଧୁ ଥିଲେ କି ଜଣେ ଆଉ ଜଣଙ୍କ ପାଇଁ କିଛିବି କରିବ। ବହୁତ ଦିନ ପରେ ଦିନେ ବାପୁ ଗାଁ କୁ ଆସିଥିଲା ଆଉ ପ୍ରଥମେ ଆସି ଟୁନା କୁ ଦେଖା କଲା ସବୁ ଭଲମନ୍ଦ କଥା ହେଲେ, ତା ପରେ ସେ ଟୁନା ପାଇଁ ଆଣିଥିବା ଇଲେକ୍ଟ୍ରି ସ୍କୁଟି ରୋ ଚାବିକାଠି ଟୁନା କୁ ଦେଲା ଆଉ କହିଲା "ଏବେ ଠୁ ଏଇଟା ତୋର ଯେତେବେଳେ ମୋ କଥା ମନେ ପଡିବ ତୁ ୟାକୁ ନାଇକି ସହର କୁ ଆସିବୁ ମୋତେ ଦେଖାକରିବା ପାଇଁ"। ଟୁନା ମନରୁ ବହୁତ ଖୁସିଥିଲା ବାକି ତା ମନରେ ଡୋରବି ଥିଲା କାଳେ ବାପୁ ତାକୁ କଣ ଭାବିବ, ସେ ପାଇଁ ସେ ଗାଡି ନେବନି ବୋଲି ମନା କରିଦେଲା କିନ୍ତୁ  ବାପୁ ତା କଥା ନ ଶୁଣି ଗାଡି ଆଉ ଚାବି ଛାଡିକି ନିଜ ଘରକୁ ପଳାଇଆସିଲା ଆଉ ଟୁନା କୁ କହିକି ଗଲା କି କାଲି ସକାଳୁ ଦେଖା ହବ ।         ଟୁନା ବି ଶେଷରେ ବାପୁ ର ଜିଦ ଆଗରେ ହରିଗଲା ଆଉ ଗାଡିକୁ ଗ୍ରହଣ କଲା।ତା ପରେ କିଛି ସମୟ ଗଲା ସେତେବେଳେ ଟୁନା ମନ ଆଉ ଘରେ କି କୋଉଥିରେ ଲା...